ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ଶୁକ୍ରବାର ସକାଳୁ ପୁଣି ଦୁଇ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ବାସୁଦେବପୁର ମ୍ୟୁନିସିପାଲିଟିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ଧାମନଗର ବ୍ଲକର ବୋଲି ଜଣାପଡ଼ିଛି। ଦୁଇଜଣ ଯାକ ସୁରଟ ଫେରନ୍ତା ଏବଂ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ଏହି ଦୁଇ ଜଣଙ୍କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଏଥିମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଭଦ୍ରକ, ରାଜ୍ୟ