ଭଦ୍ରକରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ ଛୁଇଁଲା

ଭଦ୍ରକ ଅଫିସ,୫ା୬: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ୪ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ ଛୁଇଁଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଭଦ୍ରକ, ବନ୍ତ ଓ ଧାମନଗର ବ୍ଲକ ଅଧିନସ୍ଥ ସଙ୍ଗରୋଧ ଗୃହରୁ ଚି଼ହ୍ନଟ ହୋଇଥିବା କୁହାଯାଇଛ। ଏମାନେ ସମସ୍ତେ ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡୁ ଫେରନ୍ତା ବୋଲି ଜଣାପଡ଼ିଛି।