ଭଦ୍ରକରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ପରିବା ବଜାର

ଭଦ୍ରକ ଅଫିସ,୧୯।୪: ଏବେ ଭଦ୍ରକ ଜିଲାରେ ସନ୍ଧ୍ୟା ୬ ପର୍ଯ୍ୟନ୍ତ ପରିବା ମାର୍କେଟ ଖୋଲିବା ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛି। ପୂର୍ବରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଅନୁମତି ରହିଥିଲା। କେବଳ ଏରେଇଁ ଓ ଭଦ୍ରକ ପୌରପାଳିକା ଅଞ୍ଚଳରେ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ପରିବା ମାର୍କେଟ ଖୋଲା ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟର ମାଧ୍ୟମରେ ରବିବାର ସୂଚନା ପ୍ରଦାନ କରିଛନ୍ତି।