ଭଦ୍ରକରେ ୨୩୩ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୩୦।୬: ଭଦ୍ରକ ଜିଲାରେ ମଙ୍ଗଳବାର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୨୩୩ ଛୁଇଁଛି। ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବାବେଳେ ଗୋଟିଏ ଲୋକାଲ କେସ ରହିଛି। ୩ ଜଣ ଦିଲ୍ଲୀ ଫେରନ୍ତା ଓ ଭଣ୍ଡାରିପୋଖରୀ ଅଞ୍ଚଳର। ଅନ୍ୟ ଜଣେ ବରପଦା ଅଞ୍ଚଳର ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।