ଭଦ୍ରକରେ ୩ କରୋନା ପଜିଟିଭ୍‌ ଚିହ୍ନଟ, ୧୮୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୮ା୬: ଭଦ୍ରକ ଜିଲାରେ ଗୁରୁବାର ଆଉ ୩ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ରେ ପହଞ୍ଚିଛି। ଏହି ଆକ୍ରାନ୍ତମାନେ ଭଣ୍ଡାରିପୋଖରୀ ବ୍ଲକର ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ଚି଼ହ୍ନଟ ହୋଇଛନ୍ତି। ଏମାନେ ଗୁଜରାଟ, ପଶ୍ଚିମ ବଙ୍ଗ ଓ ତାମିଲନାଡୁ ଫେରନ୍ତା ବୋଲି କୁହାଯାଇଛି।