ଭଦ୍ରକରେ ୩ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୮।୪: ଭଦ୍ରକ ଜିଲାରେ ମଙ୍ଗଳବାର ଆଉ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କଲିକତା ଫେରନ୍ତା ବୋଲି କୁହାଯାଉଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ବାସୁଦେବପୁର ଓ ଜଣେ ବନ୍ତର ବୋଲି ଜଣାପଡ଼ିଛି। ତେବେ ନୂଆ ଆକ୍ରାନ୍ତ ଚି଼ହ୍ନଟ ହେବାପରେ ବାସୁଦେବପୁରର କିସ୍ମତକୃଷ୍ଣପୁର, ଚୂଡ଼ାମଣି ଓ ବନ୍ତ ବ୍ଲକର ଚାରିଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ ଗାଁର ସମସ୍ତ ଯୋଗାଯୋଗ ରାସ୍ତାକୁ ସିଲ୍‌ କରିଦିଆଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୂଚନା ମୁତାବକ ପୂର୍ବର ଜିଲାରେ ମୋଟ ୧୮ଟି କଣ୍ଟେନମେଣ୍ଟ ଜୋନ ରହିଥିବା ବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୨୧ରେ ପହଞ୍ଚିଛି।

Share