ଭଦ୍ରକର ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ: ଜଳିଗଲା ୨୦ ବଖରା

ଭଦ୍ରକ ଅଫିସ,୧୧ା୫: ରବିବାର ବିଳମ୍ବିତ ରାତିରେ ଭଦ୍ରକର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ୨୦ ବଖରା ଜଳିଯାଇଛି। ଭଦ୍ରକ ପୌରପାଳିକା ଜାନୁଗଞ୍ଜ ବଢିଆ ସାହିର ମୃତ୍ୟୁଞ୍ଜୟ ବେଜ୍‌ ଓ ସଞ୍ଜୟ ବେଜ୍‌ଙ୍କ ଦୁଇ ବଖରା ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଶର୍ଟ୍‌ସର୍କିଟ ବୋଲି କୁହାଯାଇଛି। ସେହିଭଳି ତିହିଡ଼ି ବ୍ଲକ ଗୁଆମାଳ ନୂଆଶାସନ ଗାଁର ୬ଟି ପରିବାରର ୧୮ଟି ବଖରା ଜଳିଯାଇଛି, ଏଠି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତିହିଡି ଓ ଭଦ୍ରକ ଅଗ୍ନିଶମ କର୍ମଚାରୀ ନିଆଁକୁ ନିୟନ୍ତ୍ରଣ କରିଥିଲେ।