ଭଦ୍ରକର ନୂଆ ବ୍ଲକ୍‌କୁ ଡେଇଁଲା କରୋନା: ଜିଲାରେ ପୁଣି ୪ କରୋନା ପଜିଟିଭ୍‌

ଭଦ୍ରକ ଅଫିସ, ୨୪।୪- ଶୁକ୍ରବାର ଭଦ୍ରକରେ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପୂର୍ବରୁ ଭଦ୍ରକ ସହର ସମେତ ଭଣ୍ଡାରିପୋଖରୀ ବ୍ଲକ ଓ ବାସୁଦେବପୁର ବ୍ଲକରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଅପରାହ୍ନରେ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଧାମନଗର ବ୍ଲକର ହୋଇଥିବାବେଳେ ଅନ୍ୟ ୨ଜଣ ତିହିଡି ବ୍ଲକର ବୋଲି ରାଜ୍ୟ ସ୍ବାସ୍ଥ୍ୟ, ପରିବାର ବିଭାଗ କଲ୍ୟାଣ ପକ୍ଷରୁ ସୂଚନା ମିଳିଛି।