ଭଦ୍ରକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ

ଭଦ୍ରକ ଅଫିସ, ୧୨।୬: ଭଦ୍ରକ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ୫ଟି ଟିମ୍‌ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଶିକ୍ଷାନୁଷ୍ଠାନରେ ନିଆଁ ଲାଗିଲେ କିଭଳି ଛାତ୍ରଛାତ୍ରୀମାନେ ସୁରକ୍ଷିତ ରହିବେ ସେ ନେଇ ସଚେତନ କରାଇବା ସାଙ୍ଗକୁ ଅଗ୍ନି ନିରାପତା ବ୍ୟବସ୍ଥା କ’ଣ ରହିଛି ସେ ନେଇ ଯାଞ୍ଚ କରିଛି ଏହି ଟିମ୍‌।