ଭଦ୍ରକର ସବୁ ମନ୍ଦିରରେ ୧୪୪ ଧାରା ଲାଗୁ

ଭଦ୍ରକ ଅଫିସ,୨୨ା୫: ଜିଲା ପ୍ରଶାସନ ପକ୍ଷରୁ ପବିତ୍ର ସାବିତ୍ରୀ ଅମାବାସ୍ୟାର ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସବୁ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ମନ୍ଦିରଗୁଡିକ ଖାଁ ଖାଁ ଲାଗୁଛି। ମନ୍ଦିରଗୁଡ଼ରେ କେବଳ ବିଧି ଅନୁଯାୟୀ ପୂଜାପାଠ ହୋଇଛି। ସମସ୍ତ ମନ୍ଦିରରେ ପୋଲିସ ମୁତୟନ ଥିବା ଜଣାପଡ଼ିଛି।