ଭଦ୍ରକର ୫ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ସମସ୍ତ ପ୍ରବେଶ ପଥ ସିଲ୍‌

ଭଦ୍ରକ ଅଫିସ,୨୦ା୪: ଭଦ୍ରକ ଜିଲାରେ ସୋମବାର ଆଉ ୫ କରୋନା ରୋଗୀ ଚି଼ହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକର ରହଣିଆ ଓ ତେସିଙ୍ଗା ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ବାସୁଦେବପୁର ବ୍ଲକ ଖରିଦାବିନାୟକପୁର, ପଦ୍ମପୁର ଓ ଲଷ୍ମୀଦାସପୁର ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇ ସମସ୍ତ ପ୍ରବେଶ ପଥ ସିଲ୍‌ କରିଦିଆଯାଇଛି।
ସୂଚନାଯୋଗ୍ୟ, ଜିଲାରେ ପୂର୍ବରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ଆଉ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବରୁ ୨ ସୁସ୍ଥ ହୋଇଛନ୍ତି।

Share