ଭଦ୍ରକର ୫ ପୁରୁଷ କରୋନା ପଜିଟିଭ୍‌

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲାର ୨ ଓ ଭଦ୍ରକର ଜିଲାର ୫ ପଜିଟିଭ୍‌ ରହିଛନ୍ତି। ଭଦ୍ରକର ୫ଜଣ ପୁରୁଷଙ୍କଠାରେ କରୋନା ଭୂତାଣୁ ଠାବ ହୋଇଛି। ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୮, ୫୫, ୫୭, ୫୮ ଓ ୬୬। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ବାଲେଶ୍ୱରର ୨ ବର୍ଷର ଶିଶୁକନ୍ୟା ଓ ଜଣେ ୩୨ ବର୍ଷର ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Share