ଭଦ୍ରକ ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ: ଜଳିଗଲା ୩ ଗୋଦାମ

ଭଦ୍ରକ ଅଫିସ, ୪।୬: ଭଦ୍ରକ ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବଜାରର ୩ ଗୋଦାମ ଗୃହ ଜଳିଯାଇଛି। ଗୋଦାମ ଗୃହରେ ଲକ୍ଷାଧିକ ଟଙ୍କାର ବ୍ଲିଚିଂ ପାଉଡର ଥିବା ଜଣାପଡିଛି। ଏଯାବତ୍‌ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବରପାଇ ଭଦ୍ରକ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।