ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି, କ୍ଲାସ ବର୍ଜନ କରି ଫାଟକ ସମ୍ମୁଖରେ ଧାରଣା

ଭଦ୍ରକ ଅଫିସ,୪।୧୧: ଭଦ୍ରକ କଲେଜରେ ଥିବା ବିଭିନ୍ନ ସମସ୍ୟା ପ୍ରତି ଦୀର୍ଘବର୍ଷ ଧରି ଅଣଦେଖା କରାଯାଉଥିବାରୁ ଛାତ୍ର ଅଶାନ୍ତି ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ର କ୍ଲାସ ବର୍ଜନ କରି କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। କଲେଜ ଅଧ୍ୟକ୍ଷ, ଜିଲାପାଳ, ପୂର୍ତ୍ତ ବିଭାଗର ଅଣଦେଖା ନେଇ ଏହି ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି।