ଭଦ୍ରକ-କେନ୍ଦୁଝର ସୀମା ସିଲ୍‌

ବନ୍ତ, ୨ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲାର ସୀମାନ୍ତ ପଥକୁ ସିଲ୍‌ କରାଯାଇଛି। ଭଦ୍ରକ ଜିଲା ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥର ବସନ୍ତିଆ ବଜାରଠାରେ ବନ୍ତ ପୋଲିସ ପ୍ରଶାସନ ପକ୍ଷରୁ ସୀମାକୁ ସିଲ୍‌ କରାଯାଇଛି । ଭଦ୍ରକ ଜିଲାର ଶେଷ ସୀମାରେ ବନ୍ତ ପୋଲିସ ବାରିକେଡ୍‌ କରି ଜଗି ରହିଥିବା ବେଳେ ଅପରପାର୍ଶ୍ୱ କେନ୍ଦୁଝର ଜିଲା ସୀମା ଆରମ୍ଭରେ ନନ୍ଦିପଦା ପୋଲିସ ଜଗିଛି। ସୀମା ସିଲ୍‌ ହେବା ଫଳରେ ଭଦ୍ରକ-ଆନନ୍ଦପୁର ରାସ୍ତାରେ କୌଣସି ଲୋକ ବିନାକାରଣରେ ଯାତାୟାତ କରିପାରୁ ନାହାନ୍ତି । କେବଳ ଜରୁରୀ ସ୍ବାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଗାଡି ଗୁଡିକୁ ଛଡା ଯାଉଛି।