ଭଦ୍ରକ ଜିଲାର ତିନି ପଞ୍ଚାୟତରୁ ହଟିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ ଅଫିସ, ୧୩।୫: କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତରେ କଣ୍ଟେନମେଣ୍ଟ କଟକଣା ଜାରି କରାଯାଇଥିଲା। ତେବେ ୩ଟି ପଞ୍ଚାୟତରୁ କଣ୍ଟେନମେଣ୍ଟ କଟକଣାକୁ ବୁଧବାର ପ୍ରତ୍ୟାହାର କରାଯାଇଛି। ବାସୁଦେବପୁର ବ୍ଲକର ଚୂଡ଼ାମଣି, କିସ୍ମତକୃଷ୍ଣପୁର ଓ ବନ୍ତ ବ୍ଲକର ଚାରିଗାଁ ପଞ୍ଚାୟତରୁ ଏହି କଟକଣା ପ୍ରତ୍ୟାହାର କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Share