Advertisement

ଭବାନୀପାଟଣାରେ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ

ଭବାନୀପାଟଣା,୨୧।୬ (ଡି.ଏନ୍‌.ଏ.): ଯୋଗ ଦ୍ୱାରା ଏକ ସୁସ୍ଥ ଓ ନୀରୋଗ ଶରୀର ଗଠନ ପାଇଁ ଶୁକ୍ରବାର ଭବାନୀପାଟଣାରେ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ଭବାନୀପାଟଣା ଶାଖା ପକ୍ଷରୁ ଏହା ସ୍ଥାନୀୟ ବ୍ୟାୟାମ ଶାଳା, ଭବାନୀପାଟଣାଠାରେ ଏକ ହଜାରୁ ଊର୍ଦ୍ଧ୍ୱ ଯୋଗୀଙ୍କ ଗହଣରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହେମନ୍ତ କୁମାର ମୁଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଗଜେନ୍ଦ୍ର ପାଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା ଅଶୋକ କୁମାର ମୁଣ୍ଡ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ସେହିପରି ସ୍ଥାନୀୟ ବିକାଶ କଲେଜରେ ଆନ୍ତର୍ଜାତିକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଯୋଗ ଶିବିରକୁ ଜିଲା ଫିଜିକାଲ ଏଜୁକେଶନ୍‌ ଇନ୍ସପେକ୍ଟର ମହେନ୍ଦ୍ର ପଣ୍ଡା ଓ ସଞ୍ଜୟ କୁମାର ଯୋଗଦେଇ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel