ଭବାନୀପାଟଣା ଅର୍ବାନ ୟୁପି ଏଚ୍‌ସିକୁ ଏମ୍‌କ୍ୱାସ୍‌ ଟିମ୍‌ର ପରିଦର୍ଶନ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଭବାନୀପାଟଣାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ଅର୍ବାନ ୟୁପି ଏଚ୍‌ସି)କୁ ଏମ୍‌କ୍ୱାସର ଦୁଇ ଜଣିଆ ସମୀକ୍ଷା ଟିମ୍‌ ପହଞ୍ଚତ୍ ଛନ୍ତି। ୟୁପି ଏଚ୍‌ସିକୁ ଜାତୀୟସ୍ତରର ଏମ୍‌କ୍ୱାସ ପୁରସ୍କାର ଲାଗି ଏହି ସମୀକ୍ଷା କରାଯାଇଛି। ଡା. ବି.ପି. ସିଂହ କଲ୍ୟଣୀ ଓ ଡା. ବାସନ୍ତୀ ହସ୍ପିଟାଲରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା, ଡାକ୍ତରତ ଓ କର୍ମଚାରୀଙ୍କ ସହ ଆଲେଚନା କରିଥିଲେ। ଏହି ଟିମ୍‌ରେ ରାଜ୍ୟର ପ୍ରତିନିଧି ଭାବରେ ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ସୁକାନ୍ତ ମିଶ୍ର, ଜିଲା ଚିକିତ୍ସା ଅଧିକାରୀ ଡା. ଜଗୁ ଅଗ୍ରୱାଲ, ଡିପିଏମ୍‌ ଅବନୀ ରଞ୍ଜନ ମହାପାତ୍ର, ଏଡିଏମ୍‌ଓ ଡା. ରାକେଶ ସାହୁ, ହସ୍ପିଟାଲ କୋଡିନେଟର ନିହାର ରଞ୍ଜନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

Share