ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଚତୁର୍ଥ ଦିବସ: ମର୍ନିଂ କ୍ଲବ ୨-୧ ବିଜୟୀ

ଭବାନୀପାଟଣା,୧୯।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ବୁଧବାର ଥିଲା ଚତୁର୍ଥ ଦିବସ । ସ୍ପୋଟର୍‌ସ ହଷ୍ଟେଲ ବନାମ ମର୍ନିଂ କ୍ଲବ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ମର୍ନିଂ କ୍ଲବ ୨-୧ ଗୋଲରେ ବିଜୟୀ ହୋଇଥିଲା। ମର୍ନିଂ କ୍ଲବ ତରଫରୁ ଶ୍ରୀକାନ୍ତ ମାଝି ୧ ଗୋଲ ଓ ମୁକେଶ ରାଉତ୍‌ ୧ ଗୋଲ ଦେଇଥିବା ବେଳେ ସ୍ପୋଟର୍‌ସ ହଷ୍ଟେଲ ଡି. ସଞ୍ଜୟ ଗୋଟାଏ ଗୋଲ ଦେଇଥିଲେ। ଫଳରେ ମର୍ନିଂ କ୍ଲବ ବିଜୟୀ ହୋଇଥିଲା। ଚତୁର୍ଥ ଦିବସର ମ୍ୟାଚ୍‌ରେ ଅତିଥି ଭାବେ ନ୍ୟାଶନାଲ ଜୁନିୟର ଇଣ୍ଡିଆ ଖେଳାଳି ଜଳେଶ୍ୱର ଗଉଡ ଅତିଥି ଭାବେ ଯୋଗଦେଇଥିଲେ। ଚତୁର୍ଥ ଦିବସରେ ସନ୍ତୋଷ କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ରଥ, ରଞ୍ଜନ କୁମାର ଦାସ ଓ ଅବଦୁଲ କାଦର ପ୍ରମୁଖ ଖେଳ ପରିଚାଳନା କରିଥିଲେ। କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରିପାଠୀ ଓ ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।