ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଷଷ୍ଠ ଦିବସ: ଇଣ୍ଡିଆନ୍‌ କ୍ଲବ ୨-୧ ଗୋଲରେ ବିଜୟୀ

ଭବାନୀପାଟଣା,୨୧।୯(ଡି.ଏନ.ଏ.)
ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ଶୁକ୍ରବାର ଷଷ୍ଠ ମ୍ୟାଚ୍‌ ଇଣ୍ଡିଆନ୍‌ କ୍ଲବ ବନାମ ଶ୍ରୀକ୍ରିଷ୍ଣା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଇଣ୍ଡିଆନ୍‌ କ୍ଲବ ୨-୧ ଗୋଲରେ ବିଜୟୀ ହୋଇଥିଲା। ଇଣ୍ଡିଆନ୍‌ କ୍ଲବ ତରଫରୁ ଶ୍ରୀଦେବ ଓ ଆକାଶ ୧ ଲେଖାଏଁ ଗୋଲ ଦେଇଥିବା ବେଳେ ଶ୍ରୀକ୍ରିଷ୍ଣା କ୍ଲବ ତରଫରୁ କିଷନ ଗୋଟାଏ ଗୋଲ ଦେଇଥିଲେ। ଫଳରେ ଇଣ୍ଡିଆନ୍‌ କ୍ଲବ ବିଜୟୀ ହୋଇଥିଲା। ଷଷ୍ଠ ଦିବସର ମ୍ୟାଚ୍‌ରେ ଅତିଥି ଭାବେ କ୍ରୀଡା ସଙ୍ଗଠକ ତଥା ଜୁନିୟର ଏନ୍‌ସିସି ଅଫିସର ରବିପ୍ରଶାଦ କାକନୁଗୋ ଯୋଗଦେଇଥିଲେ। ଜିତେନ୍ଦ୍ର କୁମାର ରଥ, ପି.ଭି. ରାଓ, ରଞ୍ଜନ କୁମାର ଦାସ ହରପ୍ରଶାଦ ପଟେଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍‌ରେ କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରୀପାଠି, ଫୁଟବଲ ସେକ୍ରେଟେରି କାଦର ଖାନ, ଆଥେଲେଟିକ୍‌ ସେକ୍ରେଟେରି ସମ୍ଭୁ ରାଉତ, ଆଇପିଇ ମହେନ୍ଦ୍ର ପଣ୍ଡା, ଜିଲାର ଭେଟେରାନ ଫୁଟବଲ ଖେଳାଳି ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, କିଶୋର ସାହୁ, ଅର୍ଜୁନ ନାଏକ, ଧିରେନ ପଟ୍ଟନାୟକ, ରାଜିବ ସାହୁ, ସନ୍ତୋଷ ପ୍ରଧାନ, ଭିକାରୀ ଚରଣ ମିଶ୍ର, ଝୁନୁ ପଣ୍ଡା, ଅଶୋକ ପଟ୍ଟନାୟକ ଓ ଚକ୍ରଧର ସେଠୀ ସହଯୋଗ କରିଥିଲେ। ଶନିବାର ସପ୍ତମ ମ୍ୟାଚ୍‌ ଷ୍ଟାର ଇଲେଭେନ ବନାମ ଇଭିନିଂ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ଜେଲ୍‌ ଯିବୁ ପଛେ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପୂରାଇ ଦେବୁନି, ୪ ଦିନ ହେଲା ଚାଲିଛି ଧାରଣା

କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି (କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଜିଦ୍‌...

ନଦୀରେ ଗାଧୋଉଥିଲେ ଦୁଇ ଯୁବତୀ : ମାଡ଼ି ଆସିଲା ପାଣି

ଭବାନୀପାଟଣା/ନର୍ଲା,୧୫।୧୦ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ବିଲାଟ ଗ୍ରାମରୁ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିକଟିସ୍ଥ...

ବ୍ୟବସାୟଙ୍କଠାରୁ ଟଙ୍କା ଲୁଟିନେଲେ ୪ ୱେବ ଖବରଦାତା: ଧରିଲା ପୋଲିସ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପୋଲିସ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାରେ ୫ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ...

ଏକ ମୋବାଇଲ ଚୋରି ଖୋଲିଦେଲା ସବୁ ଗୁମର: ଧରାପଡ଼ିଲେ ପୁଣା ଗ୍ୟାଙ୍ଗ, ୩ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଏକ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ଥିବା...

ଜିଲାପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ଶିକ୍ଷା କମିଟି: ଫେରିଗଲେ ପ୍ରଧାନ ଶିକ୍ଷକ

କେସିଙ୍ଗା,୧୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ସ୍ଥିତ ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି (କ) ର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ...

ଡାକ୍ତର ତୁଷାର ପାଇଲେ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡ

ଭବାନୀପାଟଣା,୧୩।୧୦(ଉତ୍ତମ କୁମାର ଦାଶ): ହାଇଦ୍ରାବାଦ ସୋଜାଇଗୁଡାରେ ଅବସ୍ଥିତ ପାର୍କ ହୋଟେଲରେ ରବିବାର ଗ୍ଲୋବାଲ ହେଲ୍‌ଥ କେୟାରଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡାଇଗ୍ନୋଷ୍ଟିକ ସେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri