ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଷଷ୍ଠ ଦିବସ: ଇଣ୍ଡିଆନ୍‌ କ୍ଲବ ୨-୧ ଗୋଲରେ ବିଜୟୀ

ଭବାନୀପାଟଣା,୨୧।୯(ଡି.ଏନ.ଏ.)
ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ଶୁକ୍ରବାର ଷଷ୍ଠ ମ୍ୟାଚ୍‌ ଇଣ୍ଡିଆନ୍‌ କ୍ଲବ ବନାମ ଶ୍ରୀକ୍ରିଷ୍ଣା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଇଣ୍ଡିଆନ୍‌ କ୍ଲବ ୨-୧ ଗୋଲରେ ବିଜୟୀ ହୋଇଥିଲା। ଇଣ୍ଡିଆନ୍‌ କ୍ଲବ ତରଫରୁ ଶ୍ରୀଦେବ ଓ ଆକାଶ ୧ ଲେଖାଏଁ ଗୋଲ ଦେଇଥିବା ବେଳେ ଶ୍ରୀକ୍ରିଷ୍ଣା କ୍ଲବ ତରଫରୁ କିଷନ ଗୋଟାଏ ଗୋଲ ଦେଇଥିଲେ। ଫଳରେ ଇଣ୍ଡିଆନ୍‌ କ୍ଲବ ବିଜୟୀ ହୋଇଥିଲା। ଷଷ୍ଠ ଦିବସର ମ୍ୟାଚ୍‌ରେ ଅତିଥି ଭାବେ କ୍ରୀଡା ସଙ୍ଗଠକ ତଥା ଜୁନିୟର ଏନ୍‌ସିସି ଅଫିସର ରବିପ୍ରଶାଦ କାକନୁଗୋ ଯୋଗଦେଇଥିଲେ। ଜିତେନ୍ଦ୍ର କୁମାର ରଥ, ପି.ଭି. ରାଓ, ରଞ୍ଜନ କୁମାର ଦାସ ହରପ୍ରଶାଦ ପଟେଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍‌ରେ କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରୀପାଠି, ଫୁଟବଲ ସେକ୍ରେଟେରି କାଦର ଖାନ, ଆଥେଲେଟିକ୍‌ ସେକ୍ରେଟେରି ସମ୍ଭୁ ରାଉତ, ଆଇପିଇ ମହେନ୍ଦ୍ର ପଣ୍ଡା, ଜିଲାର ଭେଟେରାନ ଫୁଟବଲ ଖେଳାଳି ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, କିଶୋର ସାହୁ, ଅର୍ଜୁନ ନାଏକ, ଧିରେନ ପଟ୍ଟନାୟକ, ରାଜିବ ସାହୁ, ସନ୍ତୋଷ ପ୍ରଧାନ, ଭିକାରୀ ଚରଣ ମିଶ୍ର, ଝୁନୁ ପଣ୍ଡା, ଅଶୋକ ପଟ୍ଟନାୟକ ଓ ଚକ୍ରଧର ସେଠୀ ସହଯୋଗ କରିଥିଲେ। ଶନିବାର ସପ୍ତମ ମ୍ୟାଚ୍‌ ଷ୍ଟାର ଇଲେଭେନ ବନାମ ଇଭିନିଂ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।