ଭବାନୀପାଟଣା,୨୧।୩(ଡି.ଏନ୍.ଏ.): କରୋନା ମୁକାବିଲା ଗାଇଡଲାଇନ ଅନୁସାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ମ୍ୟାରେଜ ପ୍ୟାଲେସରେ ପୋଲିସ ଚଢ଼ାଉ କରିଛି। ମ୍ୟାରେଜ ପ୍ୟାଲେସ ମାଲିକ ପ୍ରକାଶ ଅଗ୍ରଓ୍ବାଲଙ୍କୁ ପୋଲିସ ଅଟକ ରଖିଥିବା ସହ ତାଙ୍କୁ ନୋଟିସ ଜାରି ରହିଛି। ଶନିବାର ମ୍ୟାରେଜ ପ୍ୟାଲେସକୁ ସିଲ୍ କରିଥିବା ଆଇଆଇସି ସତ୍ୟକୁମାର ନନ୍ଦ କହିଛନ୍ତି।
ପ୍ରକାଶ ଯେ, କରୋନା ନେଇ କଟକଣା ଜାରି ହୋଇଥିବା ବେଳେ ଶୁକ୍ରବାର ରାତିରେ ମ୍ୟାରେଜ ପ୍ୟାଲେସରେ ବିଭାଘର ଚାଲିଥିଲା। ବିଶେଷ ସୂତ୍ରରୁ ଏସ୍ପି ବାତୁଲା ଗଙ୍ଗାଧର ଖବର ପାଇ ଭବାନୀପାଟଣା ଟାଉନ ଆଇଆଇସି ନନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ପିଙ୍କ ନିର୍ଦ୍ଦେଶ ପରେ ଆଇଆଇସି ପୋଲିସର ଏକ ଟିମ୍ ନେଇ ଚଢାଉ କରିଥିଲେ।
Posted inଆମ ଜିଲା ଖବର, କରୋନା ଭାଇରସ୍, କଳାହାଣ୍ଡି