Posted inଖେଳ

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର କୋଚ୍‌ ପଦ ପାଇଁ ଆବେଦନ କରିବି- ଗାଙ୍ଗୁଲି

କୋଲକାତା,୩।୮- ଆଗାମୀ ଭବିଷ୍ୟତରେ ମୁଁ ଭାରତୀୟ ଦଳର କୋଚ୍‌ ହେବାକୁ ଚାହିଁବି। ହେଲେ ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ଇଚ୍ଛା ନାହିଁ ବୋଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି। ଦାଦା ଭାବେ ପରିଚିତ ୪୭ ବର୍ଷୀୟ ପୂର୍ବତନ କ୍ରିକେଟର ଏବେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି)ର ସଭାପତି ଅଛନ୍ତି। ଏହା ବ୍ୟତୀତ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ସହ ଉପଦେଷ୍ଟା ଥିବାବେଳେ କ୍ରିକେଟ ଭାଷ୍ୟକାର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏକ ଇଭେଣ୍ଟରେ ଯୋଗଦେବା ଅବସରରେ ଗାଙ୍ଗୁଲି କହିଛନ୍ତି, ବର୍ତ୍ତମାନ ମୁଁ ଆଇପିଏଲ୍‌, ସିଏବି, ଟିଭି କମେଣ୍ଟ୍ରି ସହ ଜଡ଼ିତ ରହିଛି। ଏଗୁଡ଼ିକୁ ଶେଷ କରିବାକୁ ସମୟ ଦରକାର। ଭବିଷ୍ୟତରେ ମୁଁ ନିଶ୍ଚିତ ଭାରତୀୟ ଦଳର ମୁଖ୍ୟକୋଚ୍‌ ପଦ ଲାଗି ଆବେଦନ କରିବି। ଏହାବାଦ୍‌ କୋଚ୍‌ ଲାଗି ଆବେଦନକାରୀଙ୍କ ମଧ୍ୟରେ ମୁଁ ବଡ଼ ନାମ ଦେଖିପାରୁ ନାହିଁ। ମାହେଲା ଜୟବର୍ଦ୍ଧନେ ଆବେଦନ କରିବେ ବୋଲି ଶୁଣିଥିଲି। କିନ୍ତୁ ସେ କଲେ ନାହିଁ। ଉପଦେଷ୍ଟା କମିଟି କ’ଣ ନିଷ୍ପତ୍ତି ନେବ ମୁଁ ଜାଣି ନାହିଁ। ସେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମ୍ପର୍କରେ ମତ ଦେବାକୁ ମନା କରିି ଦେଇଛନ୍ତି। ଉଲ୍ଲେଖଥାଉ କି, ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଶାସ୍ତ୍ରୀଙ୍କୁ ଟିମ୍‌ ଇଣ୍ଡିଆର କୋଚ୍‌ ପାଇଁ ଚୟନ କରିଥିଲେ। ଏବେ କମିଟି ଅଧ୍ୟକ୍ଷ ପଦରେ କପିଳ ଦେବ ଅଛନ୍ତି। ଏହାର ସଦସ୍ୟ ଅଂଶୁମାନ ଗାଏକ୍ୱାଡ ଓ ଶାନ୍ତା ରଙ୍ଗାସ୍ବାମୀ ନୂଆ କୋଚ୍‌ ଚୟନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Nicholas Pooran ହେଲେ ଆଇପିଏଲ ୨୦୨୫ର ‘କିଙ୍ଗ’, SRH vs LSGରେ କଲେ ୫ ରେକର୍ଡ

ନୂଆଦିଲ୍ଲୀ,୨୮।୩: ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ଆଇପିଏଲ ୨୦୨୫ର ଦ୍ରୁତତମ ଅର୍ଦ୍ଧଶତକ ମାରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ୨୦୨୫ ମ୍ୟାଚରେ ପୁରନ ବ୍ୟାଟ...

ଖରାପ ପ୍ରଦର୍ଶନ ପାଇଁ ଖୁବ୍‌ ଟ୍ରୋଲ ହେଉଛନ୍ତି ପନ୍ତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ ୨୦୨୫ ରିଷଭ ପନ୍ତଙ୍କ ପାଇଁ ଭଲ ନଥିଲା। ଏପର୍ଯ୍ୟନ୍ତ ସେ ଦୁଇଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟ ରନ...

ଲକ୍ଷ୍ନୌରକୁ ଜିତାଇଲେ ପୁରନ୍‌-ମାର୍ଶ

ହାଇଦ୍ରାବାଦ,୨୭ା୩: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୫ ଉଇକେଟରେ ସନରାଇଜର୍ସ ହାଇଦ୍ରବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ...

IPL 2025: କିଏ ସେହି ପ୍ରିନ୍ସ ଯାଦବ? ଯାହାଙ୍କ ସାମ୍ନାରେ କ୍ଲିନ ବୋଲ୍ଡ ହେଲେ ଟ୍ରାଭିସ ହେଡ

ନୂଆଦିଲ୍ଲୀ,୨୭।୩: IPL ୨୦୨୫ରେ, ଅଜଣା ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ସହିତ ନିଜର ଛାପ ସୃଷ୍ଟି କରୁଛନ୍ତି। ଏବେ ଏହି ତାଲିକାରେ ଦିଲ୍ଲୀର ପ୍ରିନ୍ସ ଯାଦବଙ୍କ ନାମ...

ଭାରତୀୟ ଦଳର କୋଚିଂ ଷ୍ଟାଫ୍‌ରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭ା୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫରେ କିଛି ବଡ଼ ପରିବର୍ତ୍ତନ କରାଯାଇପାରେ। ଏକ...

WPLରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୨୭ା୩: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଗତ ୩ ବର୍ଷରେ ଜବରଦସ୍ତ ବୃଦ୍ଧି ଆସିଛି। କିନ୍ତୁ ଲିଗ୍‌ର ଦଳ ସଂଖ୍ୟାରେ ବୃଦ୍ଧି କରିବାକୁ ଏବେ କୌଣସି...

ପୁଣି ଭାରତୀୟ ବକ୍ସିଂ ମହାସଂଘ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୨୭ା୩: ଆସନ୍ତା ୨୮ ତାରିଖରେ ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ)ର ହେବାକୁଥିବା ନିର୍ବାଚନକୁ ବୁଧବାର ମହାସଂଘ ବାତିଲ କରିଦେଇଛି। ଇଲେକ୍ଟୋରାଲ କଲେଜରୁ ବାଦ୍‌ ଦିଆଯାଇଥିବା ନାମକୁ...

କ୍ୟାଚ ସହଜ କରିବାକୁ ଅନନ୍ୟ କୌଶଳ ଆପଣାଇ ଚର୍ଚ୍ଚାରେ Quinton De Kock, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୭।୩: ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସର ୱିକେଟକିପର କ୍ୱିଣ୍ଟନ ଡି କକ ତାଙ୍କର କ୍ରିକେଟ ଜ୍ଞାନର ଖୁବ ଭଲ ପ୍ରଦର୍ଶନ କରିଥିଲେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image