Categories: ଜାତୀୟ

ଭବିଷ୍ୟତ ଯୁଦ୍ଧରେ ସାଇବର-ଲେଜର-ସ୍ପେସ୍‌ ଓ ରୋବଟ ମୁଖ୍ୟ ଭୂମିକା ଗ୍ରହଣ କରିବେ: ସେନା ମୁଖ୍ୟ ବିପିନ୍‌ ରାଓ୍ବତ

ନୂଆଦିଲ୍ଲୀ,୧୫।୧୦: ଭବିଷ୍ୟତରେ ହେବାକୁଥିବା ଯୁଦ୍ଧରେ ସାଇବର-ଲେଜର-ସ୍ପେସ୍‌ ଓ ରୋବଟ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଡିଆର୍‌ଡିଓ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ୍‌ ଏହା କହିଛନ୍ତି। ଏଥିପାଇଁ ଭାରତକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଆଧୁନିକ ଯୁଦ୍ଧ ସରଞ୍ଜାମ ଦ୍ୱାରା ସମ୍ପ୍ରତି ଭାରତର ପ୍ରତିରକ୍ଷା ଶକ୍ତି ବେଶ୍‌ ବୃଦ୍ଧି ପାଇଛି। ଆଗାମୀ ସମୟରେ ହେବାକୁ ଥିବା ଯୁଦ୍ଧରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି।

Share