ନୂଆଦିଲ୍ଲୀ,୨୯।୪: ବର୍ତ୍ତମାନ ଲକ୍ଡାଉନ ଲାଗି ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଲୋକଙ୍କର ଆର୍ଥତ୍କ ସ୍ଥିତିକୁ କରୋନା ଖରାପ କରିଥିବା ନଜରକୁ ଆସିଛି। ଲକ୍ଡାଉନର ବର୍ତ୍ତମାନ ସମୟ ଯାଏ ଲୋକମାନେ ସେମାନଙ୍କ ଭବିଷ୍ୟନଧି ପାଣ୍ଠି ଖାତାରୁ ଟଙ୍କା ଉଠାଉଥିବା ଦେଖାଯାଉଛି। ଏଭଳି ଭାବେ ପ୍ରାୟ ୮.୨ ଲକ୍ଷ କର୍ମଚାରୀ ୩,୨୪୩.୧୭ କୋଟି ଟଙ୍କା ଉଠାଣ କରିଛନ୍ତି। ଅସୁବିଧାରେ ଥିବା ଲୋକଙ୍କୁ ଉଠାଣ ସୁବିଧା ଦେବା ଲାଗି ଇପିଏଫ୍ଓ ପକ୍ଷରୁ ମାର୍ଚ୍ଚ ୨୮ରେ କେତେକ ନିୟମ କୋହଳ କରାଯାଇଥିଲା। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ସମୟରେ ୧୨.୯୧ ଲକ୍ଷ କ୍ଲେମ୍କୁ ସମାଧାନ କରାଯାଇଛି।