Categories: ଜାତୀୟ

ଭରଣପୋଷଣ ପାଇଁ ସ୍ଥିର ହେବ ନିୟମାବଳୀ

ନୂଆଦିଲ୍ଲୀ,୧୯ା୯(ଆଇଏଏନ୍‌ଏସ୍‌): ବୈବାହିକ ମାମଲାରେ ଭରଣପୋଷଣ ପ୍ରଦାନ ସଂକ୍ରାନ୍ତ ନିୟମାବଳୀ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏନେଇ ଖଣ୍ଡପୀଠଙ୍କୁ ସହାୟତା କରିବାକୁ ଦୁଇଜଣ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଏବଂ ଅନିଥା ଶେନୟଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦିଆଯାଇଛି। ଗତ ସପ୍ତାହରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଏବଂ ଆର୍‌. ସୁଭାଷ ରେଡ୍ଡୀଙ୍କ ଖଣ୍ଡପୀଠ ସମ୍ପୃକ୍ତ ସ୍ବାମୀଙ୍କୁ ଭରଣଭୋଷଣ ବାବଦ ବକେୟା ଥିବା ୫ ଲକ୍ଷ ଟଙ୍କା ସ୍ତ୍ରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅଦାଲତ ଭରଣପୋଷଣ ପାଇଁ ନିୟମାବଳୀ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪କୁ ଧାର୍ଯ୍ୟ କରାଯାଇଛି।

Share