ଭରତପୁର କୋଇଲା ଖଣି ଦୁର୍ଘଟଣା: ଏମ୍‌ସିଏଲ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ

ତାଳଚେର,୨୯ା୭(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖ ରାତିରେ ଘଟିଥିବା ଦୁର୍ଘଟଣାରେ ଏଯାଏ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋଇଲା ତଳେ ପୋତି ହୋଇ ରହିଥିବା ଆଉ ଜଣଙ୍କ ମୃତଦେହ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ବି ଏହି ଦୁର୍ଘଟଣା ପାଇଁ ଏମ୍‌ସିଏଲ୍‌ ପକ୍ଷରୁ ଗତ ୨୭ ତାରିଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭରତପୁର ଖଣି ପରିଚାଳକ ଭି.କେ. ସିଂଙ୍କୁ ଏମ୍‌ସିଏଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ହେଲେ ଏତେବଡ଼ ଦୁର୍ଘଟଣା ପାଇଁ କେବଳ ଜଣେ ମାତ୍ର ଅଧିକାରୀଙ୍କୁ ନିଲମ୍ବନ କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏମ୍‌ସିଏଲ୍‌ର ଏପରି କାର୍ଯ୍ୟାନୁଷ୍ଠାନକୁ ତାଳଚେରର ଜନସାଧାରଣଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ପରିବେଶବିତ୍‌ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମାଲୋଚନା କରାଯାଇଛି। ସେମାନଙ୍କ କହିବା ଅନୁଯାୟୀ, ନିୟମିତ ବ୍ୟବଧାନରେ ଆଇଏସ୍‌ଓ (ଇଣ୍ଟର ନ୍ୟାଶନାଲ ସେଫ୍ଟି ଅର୍ଗାନାଇଜେଶନ) ଟିମ୍‌ର ବରିଷ୍ଠ ପଦାଧିକାରୀ, ଡିଜିଏମ୍‌ଏସ୍‌ ଖଣି ପରିଦର୍ଶନ କରିଥାନ୍ତି। ଏହା ସତ୍ତ୍ୱେ ଖଣି ଖନନ ବେଳେ କେମିତି ଏତେବଡ଼ ଦୁର୍ଘଟଣା ଘଟିଲା। ଖନନ କିମ୍ବା ସୁରକ୍ଷା ନିୟମରେ ତ୍ରୁଟି ଥିଲା କି? ଯଦି କିଛି ନୀତି ନିୟମ ଉଲ୍ଲଂଘନ କରାଯାଇଥିଲା ତା’ହେଲେ ସେସବୁ ଉପରୋକ୍ତ ଟିମ୍‌ ଓ ପଦାଧିକାରୀଙ୍କ ନଜରକୁ କିଭଳି ଆସି ପାରିଲା ନାହିଁ, ନା’ ସୁରକ୍ଷା ପ୍ରସଙ୍ଗ ପ୍ରତି ଆଖି ବୁଜି ଦିଆଯାଇଥିଲା। ଖଣି ପରିଦର୍ଶନ ଓ ନିରୀକ୍ଷଣ ବେଳେ ଏ ଦିଗ ପ୍ରତି ଧ୍ୟାନ ଦିଆ ନ ଯିବା ଆଶ୍ଚର୍ଯ୍ୟଜନକ। ସୁରକ୍ଷା ନିୟମର ଉଲ୍ଲଂଘନ, ଠିକାଦାରଙ୍କ ନିକଟରେ ପ୍ରଶିକ୍ଷିତ ଶ୍ରମିକଙ୍କ ଅଭାବ, ସୁରକ୍ଷା ବ୍ୟାରିଅର କମ୍‌ ଥିବା ଓ ଉକ୍ତ ବ୍ୟାରିଅର ନିକଟ ଜମିରେ ବ୍ଲାଷ୍ଟିଂ ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି କୁହାଯାଇପାରେ। ଏଥିରେ ଉପର ଠାରୁ ତଳସ୍ତର ପର୍ଯ୍ୟନ୍ତ ବହୁ ଅଧିକାରୀ ଓ ଠିକା ସଂସ୍ଥା କର୍ତ୍ତୃପକ୍ଷ ଦାୟୀ ହୋଇଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇ କେବଳ ଭରତପୁର ଖଣି ପରିଚାଳକଙ୍କୁ କାହିଁକି ନିଲମ୍ବନ କରାଗଲା ବୋଲି ପରିବେଶବିତ୍‌ ବାଉରୀବନ୍ଧୁ ବେଜ, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ସଭାପତି ରାଜକିଶୋର ସାହୁ ଓ ବ୍ରାହ୍ମଣୀ ସୁରକ୍ଷା ପରିଷଦ ସଭାପତି ତଥା ପରିବେଶବିତ୍‌ ବିଭୁଦେନ୍ଦ୍ର ପ୍ରତାପ ଦାସ ପ୍ରଶ୍ନ କରିଛନ୍ତି। ବଡ ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନ କରା ନ ଯିବା କି ପ୍ରକାର ତଦନ୍ତ ଓ ନ୍ୟାୟ ବୋଲି ବିଏମ୍‌ଏସ୍‌ର ରାଜ୍ୟ ସମ୍ପାଦକ ବାଦଲ ମହାରଣା ପ୍ରେସ୍‌ ଇସ୍ତାହାରରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏଠାରେ ଥିବା ସମସ୍ତ କୋଇଲା ଖଣିରୁ କିପରି ଅଧିକ ଉତ୍ପାଦନ ହେବ ତାହା ଉପରେ ମୁଖ୍ୟାଳୟ ଠାରୁ ପ୍ରବନ୍ଧନ ପର୍ଯ୍ୟନ୍ତ ସମସ୍ତେ ନଜର ରଖୁଥିବା ବେଳେ ଶ୍ରମିକଙ୍କ ସୁରକ୍ଷା, ଜମି ଅଧିଗ୍ରହଣ, କ୍ଷତିପୂରଣ ପ୍ରଦାନ, ବିସ୍ଥାପିତଙ୍କ ଥଇଥାନ ଏବଂ ନିଯୁକ୍ତି ପ୍ରତି କେହି ଧ୍ୟାନ ଦେଉ ନ ଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ନିବାସରୁ ରାସନ ସାମଗ୍ରୀ ବୋଝେଇ ଗାଡି ଅଟକ: ପ୍ରଧାନ ଶିକ୍ଷକଙ୍କୁ ଘେରିଗଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୩ା୧୨(ଦୁର୍ଗା କୀର୍ତ୍ତି): ଛାତ୍ରୀ ନିବାସ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାସନ ସାମଗ୍ରୀ ନେଇ ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଗାଡିକୁ ଅଟକ ରଖାଯାଇଥିବା...

ଧାନ ମଣ୍ଡିକୁ ନେଇ ବିବାଦ: ଧାରଣା ଦେଲେ ଖେଳାଳି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁରେ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି...

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri