ଭର୍ଜିନିଆରେ ଗୁଳିକାଣ୍ଡ : ୧୨ ଜଣଙ୍କ ପ୍ରାଣ ହାନି, ୬ ଗୁରୁତର

ଓ୍ବାଶିଂଟନ,୧ା୬: ଆମେରିକାସ୍ଥିତ ଭର୍ଜିନିଆର ଏକ ସରକାରୀ ଅଟ୍ଟାଳିକାରେ ଗୁଳିକାଣ୍ଡ ଯୋଗୁ ଜଣେ ବନ୍ଧୁକଧାରୀଙ୍କ ସମେତ ୧୨ ଜଣଙ୍କର ପ୍ରାଣ ହାନି ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଶୁକ୍ରବାର ରାତିରେ ଭର୍ଜିନିଆ ସମୁଦ୍ରକୂଳରେ ଥିବା ମ୍ୟୁନିସପାଲିଟି କାର୍ଯ୍ୟାଳୟରେ ଏହି ଘଟଣା ଘଟିଥିଲା। ମ୍ୟୁନିସପାଲିଟି କାର୍ଯ୍ୟାଳୟରେ ଦୀର୍ଘଦିନରୁ ଚାକିରି କରୁଥିବା ଜଣେ କର୍ମଚାରୀ ଆଖିବୁଜା ଗୁଳି ଚଳାଇଥିଲେ। ତେବେ ବନ୍ଧୁକଧାରୀଙ୍କ ପରିଚୟ ଜଣା ପଡ଼ି ନ ଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ଗୁରୁତରମାନଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଜାରି ରହିଛି।

Share