ଭର୍ସାଟାଇଲ ଆକ୍ଟର ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କୁ ବହୁମୁଖୀ ପ୍ରତିଭାର କଳାକର ବୋଲି କୁହାଯାଇଥାଏ। କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଭଲ ଅଭିନୟ କରିପାରନ୍ତି। ନିକଟରେ ସେ ୟଶରାଜ ବ୍ୟାନରରେ ଜୟେଶଭାଇ ଜୋରଦାରରେ ଅଭିନୟ କରିବେ ବୋଲି ଜଣାପଡିଛି। ଏବେଠାରୁ ସେ ଏଥିପାଇଁ ନିଜର ଅଭ୍ୟାସ ଆରମ୍ଭ କରି ସାରିଥିବା କୁହାଯାଏ। ଏଥିପାଇଁ ସେ ଗୁଜରାଟି ଭାଷା ଶିକ୍ଷା କରୁଛନ୍ତି। ଏହାସହ ସେ କରନ ଜୋହରଙ୍କ ଐତିହାସିକ ଫିଲ୍ମ ‘ତଖତ’ ପାଇଁ ମଧ୍ୟ ବହୁ ପରିଶ୍ରମ କରିଥିବା କୁହାଯାଏ। ପଦ୍ମାବତ, ଶିମ୍ବା, ଗଲିବୟେ ଭଳି ଭିନ୍ନ ଭିନ୍ନ କାହାଣୀର ଚରିତ୍ରରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ସେ କୁହନ୍ତି ପିଲାଦିନୁ ଅଭିନୟ ଶିଖିବା ବେଳୁ ସେ ଜଣେ ଭଲ ଅଭିନେତା ହେବା ପାଇଁ ଚେଷ୍ଟା କରିଥିଲେ। ଆଉ ତା’ର ପରିଣାମ ହେଉଛି ଆଜିର ଷ୍ଟାରଡମ୍‌। ତେଣୁ ରଣବୀରଙ୍କ ଏହି ଚେଷ୍ଟା ଆଜି ତାଙ୍କୁ ଜଣେ ବହୁମୁଖୀ କଳାକାରର ପରିଚୟ ଦେଇଛି।

Share