ଭଲ ଖବର: ସାଙ୍ଗଲି ଜିଲାରେ ୨୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥ ହେଲେ ୨୪

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ସେଠାକାର ସାଙ୍ଗଲି ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୨୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ଏବେସୁଦ୍ଧା ୨୪ ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ହସ୍ପିଟାଲରୁ ଛୁଟି ମଧ୍ୟ ମିଳି ସାରିଲାଣି। ଜିଲା ହସ୍ପିଟାଲର ସିଭିଲ ସର୍ଜନ ଡାକ୍ତର ସିଏସ୍‌ ସାଲୁଖେ କହିଛନ୍ତି ଆକ୍ରାନ୍ତ ୨୬ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କ ରିପୋର୍ଟ ଦୁଇ ଦୁଇଥର ନେଗେଟିଭ୍‌ ଆସିଛି। ଏହାସହ ସେମାନଙ୍କ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଛି। ସୂଚନା ଅନୁଯାୟୀ, ଗୋଟିଏ ପରିବାରର ୪ ସଦସ୍ୟ ୨୩ ମାର୍ଚ୍ଚରେ ସୌଦି ଆରବରୁ ଫେରିବା ପରେ ସେମାନଙ୍କ ନିକଟରେ କରୋନା ପଜିଟିଭ ଦେଖାଦେଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ସେହି ପରିବାରର ସମ୍ପର୍କୀୟଙ୍କ ମଧ୍ୟରେ ୨୧ ଜଣ କରୋନାରେ ପୀଡ଼ିତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧/୨ ବର୍ଷର ଜଣେ ଶିଶୁ ମଧ୍ୟ ରହିଥିଲେ।

Share