ଭଲ ଜୀବନସାଥୀ ପାଇଁ ଲଣ୍ଡା ହୁଅନ୍ତି ଯୁବତୀ

ସାଉଥ୍‌ ଆଫ୍ରିକାର ଇଥିଓପିଆ ଓ ସୋମାଲିଆ ମଧ୍ୟରେ ରହିଛନ୍ତି ବୋରାନା ଜନଜାତି । ଏହି ଜନଜାତିଙ୍କର ପରମ୍ପରା ବିଶ୍ୱରେ କେଉଁଠି ଦେଖିବାକୁ ମିଳେ ନାହିଁ। ଏଠାକାର ପରମ୍ପରା ଅନୁଯାୟୀ, ଝିଅମାନେ ନିଜପାଇଁ ଯେପର୍ଯ୍ୟନ୍ତ ସୁନ୍ଦର ଜୀବନସାଥୀ ପାଇ ନାହାନ୍ତି ସେପର୍ଯ୍ୟନ୍ତ ଏମାନେ କେଶ ବାନ୍ଧନ୍ତି ନାହିଁ। ଏମିତିକି କେଶ ନ ରଖି ଲଣ୍ଡା ହୁଅନ୍ତି।

ନାରୀର ସୌନ୍ଦର୍ଯ୍ୟ ବିଶେଷ ଭାବେ କେଶ ଉପରେ ନିର୍ଭର କରୁଥିଲେ ମଧ୍ୟ ଏଠାକାର ପରମ୍ପରା କିନ୍ତୁ ଏହିଭଳି। ଏହାବ୍ୟତୀତ ଯେପର୍ଯ୍ୟନ୍ତ ଏମାନଙ୍କୁ ଜୀବନସାଥୀ ନ ମିଳିଛିି ସେପର୍ଯ୍ୟନ୍ତ ସେମାନେ ଫଟୋ ଉଠାନ୍ତି ନାହିଁ କି କ୍ୟାମେରା ସାମ୍ନାକୁ ବି ଯାଆନ୍ତି ନାହିଁ।

Share