ଭଲ ବେଳା ଆସିଛି

ଶ୍ରଦ୍ଧା କପୁରଙ୍କ ପାଇଁ ଏବେ ଭଲ ବେଳା ଆସିଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ତାଙ୍କ ଅଭିନୀତ ତିନୋଟି ସିନେମା ‘ଶାହୋ’, ‘ଚିତ୍ତଚୋର’ ଏବଂ ‘ବାଗୀ-୩’ ପରଦା ଉପରକୁ ଆସଛି। ‘ବାଗୀ-୩’କୁ ପ୍ରାରମ୍ଭରୁ ଯେଉଁ ସଫଳତା ମିଳିଛି ତାକୁ ଦେଖି ଶ୍ରଦ୍ଧାଙ୍କ ଖୁସି କହିଲେ ନ ସରେ। ଏବେ ତ କରୋନା ଭାଇରସ ଯେମିତି ସମଗ୍ର ବିଶ୍ୱରେ ତାହାର କାୟା ବିସ୍ତାର କରିଛି, ସେଥିପାଇଁ ଶୁଟିଂ ବନ୍ଦ ଅଛି। ତେଣୁ ବର୍ତ୍ତମାନ ଘରେ ହିଁ ସମୟ କଟୁଛି। ଏବେ ସେ ଏକ ଅନଟାଇଟଲ୍‌ଡ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି, ଯାହାର ନିର୍ଦ୍ଦେଶନା ଦେବେ ଲଭ୍‌ ରଞ୍ଜନ। ଏଥିରେ ତାଙ୍କ ଅପୋଜିଟ୍‌ରେ ଅଭିନୟ କରିବେ ରଣବୀର କପୁର। ଫିଲ୍ମଟି ଆସନ୍ତାବର୍ଷ ମାର୍ଚ୍ଚ ୨୬ରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Share