Advertisement

ଭଲ ବ୍ୟବସାୟ କରୁଛି ‘ଜଜ୍‌ମେଣ୍ଟାଲ ହେ କ୍ୟା’: ଗୋଟିଏ ସପ୍ତାହରେ କମାଇଲା ୩୧କୋଟି

ମୁମ୍ବାଇ: ଗତ ଶୁକ୍ରବାର ପରଦାକୁ ଆସିଛି ବାଲାଜି ମୋଶନ୍‌ ପିକ୍ଚର୍ସର ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’। ତେବେ ରିଲିଜର ଏକ ସପ୍ତାହରେ ଏହା ୩୧ କୋଟି ବ୍ୟବସାୟ କରିଛି। ପ୍ରଥମ ଦିନରେ ୫.୪୦ କୋଟି କମାଇବା ପରେ ଫିଲ୍ମଟି ଶନିବାର ୮.୦୨କୋଟି, ରବିବାର ୮.୬୨କୋଟି, ସୋମବାର ୨.୬୦କୋଟି, ମଙ୍ଗଳବାର ୨.୬୨କୋଟି, ବୁଧବାର ୨.୨୬କୋଟି ଏବଂ ଗୁରୁବାର ୧.୯୦ କୋଟି ରୋଜଗାର କରିଛି।

୩୦-୩୫କୋଟି ମଧ୍ୟରେ ସିନେମାର ବଜେଟ ରହିଥିବା ବେଳେ ଏହା ଆଖିଦୃଶିଆ ବ୍ୟବସାୟ କରୁଛି। ଚଳିତ ସପ୍ତାହରେ ଥିବା ଛୁଟିଦିନଗୁଡ଼ିକରେ ଏହା ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ତେବେ ଫିଲ୍ମଟିକୁ ପ୍ରକାଶ କୋବେଲାମୁଡ଼ି ନିର୍ଦ୍ଦେଶନା ଦେଇଥିବା ବେଳେ ମୁଖ୍ୟ ଭୂମିକାରେ କଙ୍ଗନା ରଣାଓ୍ବତ, ରାଜକୁମାର ରାଓ , ଜିମ୍ମି ଶେରଗିଲ ଏବଂ ଅମାୟରା ଦସ୍ତୁର ପ୍ରମୁଖ ଅଭିନୟ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share