ଭଲ ବ୍ୟବସାୟ କରୁଛି ଭାଇଜାନ୍‌ଙ୍କ ‘ଭାରତ’, ଖୁବ୍‌ଶୀଘ୍ର ସାମିଲ ହେବ ୨ଶହ କୋଟି କ୍ଲବରେ

ମୁମ୍ବାଇ: ଇଦ୍‌ରେ ପରଦାକୁ ଆସିଥିବା ସଲ୍‌ମାନ-କଟ୍ରିନା ଅଭୀନିତ ‘ଭାରତ’କୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳୁଛି। ଏହାର ପ୍ରମାଣ ହେଉଛି ଫିଲ୍ମର ବ୍ୟବସାୟ। ରିଲିଜ୍‌ର ପ୍ରଥମ ସପ୍ତାହରେ ଏହା ଶହେ କୋଟିରୁ ଅଧିକ ରୋଜଗାର କରିଥିବା ବେଳେ ଧୀରେ ଧୀରେ ଏହା ଦୁଇଶହ କୋଟି ରୋଜଗାର କରିବା ଦିଗରେ ଅଗ୍ରସର ହେଉଛି। ଇତିମଧ୍ୟରେ ଏହା ୧୭୫ କୋଟି କମାଇ ସାରିଲାଣି। ଭଲ ବ୍ୟବସାୟ ସହ ଫିଲ୍ମଟି ୨୦୧୯ରେ ସବୁଠାରୁ ଅଧିକ ରୋଜଗାର କରିଥିବା ଦ୍ୱିତୀୟ ଫିଲ୍ମ ହୋଇଛି। ପ୍ରଥମ ସ୍ଥାନରେ ରହିଛି ବିକ୍କି କୌଶଲଙ୍କ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ।

ଦେଶାତ୍ମବୋଧକ ତଥା ଜଣେ ସାଧାରଣ ଲୋକର ଜୀବନ କାହାଣୀ ଉପରେ ‘ଭାରତ’ର କାହାଣୀ ପର୍ଯ୍ୟବସିତ। ଏଥିରେ ୫ଟି ଭିନ୍ନ ଭୂମିକାରେ ସଲ୍‌ମାନଙ୍କୁ ଦେଖିବାକୁ ମିଳୁଛି। ସେଥିରେ ୧୮ ବର୍ଷର ଯୁବକ ଓ ୭୨ ବର୍ଷର ବୁଢ଼ା ଚରିତ୍ର ରହିଛି। ଏଥିରେ ଅନ୍ୟ କଳାକାର ଭାବେ କାଟ୍ରିନା କୈଫ, ଦିଶା ପଟାନୀ, ତବ୍ବୁ ଏବଂ ଜ୍ୟାକି ଶ୍ରଫ୍‌ ଅଭିନୟ କରିଛନ୍ତି।

Share