Categories: ଜାତୀୟ

ଭଲ ରାସ୍ତା ଯୋଗୁ ହେଉଛି ବଡ଼ ଦୁର୍ଘଟଣା: ଉପ ମୁଖ୍ୟମନ୍ତ୍ରୀ

ଚିତ୍ରଦୁର୍ଗ,୧୨।୯: କର୍ନାଟକର ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜଲ ଏମିତି ଏକ ବୟାନ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଜଲ କହିଛନ୍ତି ଭଲ ରାସ୍ତା ଯୋଗୁ ବଡ଼ ଦୁର୍ଘଟଣା ଘଟୁଛି। କାରଣ ଭଲ ରାସ୍ତା ଯୋଗୁ ସମସ୍ତେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟୁଛି ବୋଲି ସେ କହିଛନ୍ତି। ବୁଧବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ କହିଛନ୍ତି ଭଲ ରାସ୍ତାରେ ଲୋକେ ୧୨୦-୧୬୦ ଗତିରେ ଯାଉଛନ୍ତି। ସେଥିପାଇଁ ରାଜପଥ ଉପରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି।

Share