ଭଲ ସାଙ୍ଗଙ୍କୁ ଚିହ୍ନିବା ପାଇଁ କିଛି ଟିପ୍ସ: ଯାହା ଜଣାଇବ କିଏ ଭଲ କିଏ ଖରାପ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର ପ୍ରିୟ ସାଙ୍ଗ ହିଁ ବିପଦରେ ପକାଇଥାନ୍ତି। ଆଉ ଏପରି କିଛି ଘଟଣା ଆପଣଙ୍କୁ ସାଙ୍ଗମାନଙ୍କ ଉପରୁ ଭରସା ଉଠାଇଦିଏ। ଫଳରେ ଆପଣଙ୍କୁ ଦ୍ୱିତୀୟଥର କାହା ସହିତ ସାଙ୍ଗ ହେବାକୁ ଡର ଲାଗିଥାଏ। ତେବେ ଏପରି କିଛି ସାଙ୍ଗକୁ ଚିହ୍ନିବା ପାଇଁ ଜାଣନ୍ତୁ କିଛି ଟିପ୍ସ।

-ସିଏ ସବୁଠୁ ଭଲ ସାଙ୍ଗ ହୋଇଥାଏ, ଯିଏ ଆପଣଙ୍କ ଖରାପ ଅଭ୍ୟାସକୁ ଦୂର କରିବାକୁ ଚେଷ୍ଟା କରନ୍ତି। ଭଲ ସାଙ୍କଙ୍କୁ ତା’ର ସାଙ୍ଗ ବିଷୟରେ ସବୁକିଛି ଜଣାଥାଏ। ସେ ସାଙ୍ଗର ସବୁପ୍ରକାର ସ୍ବାଭାବକୁ ପାଖରୁ ଜାଣିଥିବାରୁ ଆପଣଙ୍କ ଯେକୌଣସି ପରିସ୍ଥିତିରେ ଉତ୍ତେଜିତ ନ କରାଇ ଭଲଭାବେ ସମ୍ଭାଳି ନିଏ।

-ସ୍ବାର୍ଥପର ସାଙ୍ଗ ସେହିମାନେ ହୋଇଥାନ୍ତି, ଯେଉଁମାନେ ନିଜ ସମୟ ବିତାଇବା ପାଇଁ ଅପଣଙ୍କୁ ଖୋଜିଥାନ୍ତି। ନଚେତ ସୁଖଦୁଃଖ ଉଭୟ ସମୟରେ ଏକ ଭଲ ସାଙ୍ଗ ହିଁ ପାଖରେ ଥାଏ। ଭଲ ସାଙ୍ଗକୁ ଆପଣଙ୍କ ସମ୍ପର୍କରେ ସବୁ ଗୁପ୍ତ କଥା ଜଣାଇଥିଲେ ମଧ୍ୟ ସେ ତା’ର କେବେ ଫାଇଦା ଉଠାଇ ନ ଥାଏ।

ଭଲ ସାଙ୍ଗ ସବୁବେଳେ ଆପଣଙ୍କ ସହ ସମୟ ବିତାଇବାକୁ ଚାହିଁଥାନ୍ତି। ଦରକାର ବେଳେ ଆପଣଙ୍କ ମୁହଁରୁ ଯାହାର ନାଁ ବାହାରେ ସେ ହିଁ ଆପଣଙ୍କ ପ୍ରିୟ ସାଙ୍ଗ।

ଆପଣଙ୍କ କୌଣସି କଥା ସାଙ୍ଗକୁ କଷ୍ଟ ଦେଲେ ସେ ଅନ୍ୟମାନଙ୍କୁ ନ କହି କେବଳ ଆପଣଙ୍କୁ କହିଥାନ୍ତି।