ଭଲ ହୋଇଛି ମୋ ମାତାପିତାଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଛି: ସାରା

ବଲିଉଡ୍‌ରେ ଏବେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ସେ। ଏବେ ସାରା ନିଜ ଆଗାମୀ ଫିଲ୍ମ ‘ଲଭ୍‌ ଆଜକଲ୍‌-୨’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ପିତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ମା’ ଅମୃତା ସିଂଙ୍କ ଛାଡପତ୍ର ନେଇ ଏକ ବଡ ଖୁଲାସା କରିଛନ୍ତି। ଯେଉଁ ସମ୍ପର୍କରେ ସ୍ତ୍ରୀସ୍ବାମୀ ପରସ୍ପର ଖୁସି ନାହାନ୍ତି ସେହି ସମ୍ପର୍କ ରହିବା ଅପେକ୍ଷା ଭାଙ୍ଗିଯିବା ଭଲ। ମୋ ମାତାପିତାଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ତେଣୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ଏବେ ଏକାଠି ନାହାନ୍ତି ବୋଲି ସାରା କହିଛନ୍ତି। ସୈଫଙ୍କୁ ସମ୍ମାନ କରେ କରେ କିନ୍ତୁ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ସବୁ ମୋ ମା’ଙ୍କ ପାଇଁ ସମ୍ଭବ ହୋଇଛି ବୋଲି ସେ କହିଚନ୍ତି। ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ‘ଲଭ୍‌ ଆଜକଲ୍‌-୨’ରେ ସାରାଙ୍କ ବ୍ୟତୀତ କାର୍ତ୍ତିକ ଆର୍ୟନ ନଜର ଆସିବେ।

Share