Categories: ଜାତୀୟ

ଭାଇଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଲେ ମାୟାବତୀ: ପ୍ରଥମେ ନିଜ ୨ହଜାର କୋଟିର ହିସାବ ଦେଉ ଭାଜପା

ଲକ୍ଷ୍ନୌ,୧୯।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କ ଭାଇ ତଥା ଦଳର ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଗୁରୁବାର ଆନନ୍ଦ କୁମାର ଓ ଉତ୍ତରପ୍ରଦେଶ ନୋଏଡାରେ ଥିବା ସ୍ତ୍ରୀ ବିଚିତ୍ର ଲତାଙ୍କ ବେନାମୀ ଫ୍ଲାଟକୁ ଆୟକର ବିଭାଗ ଜବତ କରିଛି। ଏହି ବେନାମୀ ଫ୍ଲାଟର ମୂଲ୍ୟ ୪୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଏନେଇ ଶୁକ୍ରବାର ମାୟାବତୀ ଭାଜପା ଓ ଆରଏସ୍‌ଏସ୍‌କୁ ଟାର୍ଗେଟ କରିବା ସହ ତାଙ୍କ ଉପରେ ବର୍ଷିଛନ୍ତି। ଭାଜପା ଦଳିତ ଓ ଶୋଷିତଙ୍କୁ ସମାଜରେ ଆଗକୁ ବଢ଼ୁଥିବା ଦେଖି ସହିପାରୁନାହିଁ ବୋଲି ମାୟାବତୀ ଅଭିଯୋଗ କରିଛନ୍ତି। ଆହୁରି ସେ କହିଛନ୍ତି, ଭାଜପା ପ୍ରଥମେ ନିଜର ନିର୍ବାଚନରେ ମିଳିଥିବା ୨ହଜାର କୋଟି ଟଙ୍କାର ହିସାବ ଦେଉ। ଏଥିସହ ମାୟାବତୀଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ରଚୁଥିବା ଭାଜପା କେବେ ସଫଳ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

Share