Categories: ଜାତୀୟ

ଭାଇଚାରାର ବିଜୟ: ସହମତିରେ ରାୟ ପ୍ରକାଶ; ମସଜିଦ୍‌ ନିର୍ମାଣରେ ସହାୟତା କରିବେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏଥିରେ ଭାଇଚାରାର ବିଜୟ ହୋଇଛି। ଏହି ରାୟ ପୁଣିଥରେ ଭାରତର ଜାତୀୟ ସଂହତିକୁ ପ୍ରତିପାଦିତ କରିଛି। ରାମ ଜନ୍ମଭୂମି ନ୍ୟାସ ଏବଂ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ମଧ୍ୟରେ ସହମତି ଦ୍ୱାରା ଐତିହାସିକ ରାୟ ମିଳିପାରିଛି। ସୁପ୍ରିମ୍‌କୋର୍ଟର ୫ ଜଣିଆ ଖଣ୍ଡପୀଠରେ ମଧ୍ୟ ଏହି ରାୟ ନେଇ ସହମତି ପ୍ରକାଶ ପାଇଛି। ରାମଲଲାଙ୍କ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମଭୂମି ନ୍ୟାସ୍‌ ଟ୍ରଷ୍ଟକୁ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ ଅଯୋଧ୍ୟାରେ ୫ ଏକର ଜମି ମସଜିଦ୍‌ ନିର୍ମାଣ ପାଇଁ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମସଜିଦ୍‌ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି।

Share