ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ:ଜେଲ୍‌ ଗଲେ ଦେଢ଼ଶୁର

ରୂପ୍‌ସା, ୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ରାଇସୁଆଁ ଗ୍ରାମର ଅଭିଯୁକ୍ତ ପ୍ରତାପ ଚନ୍ଦ୍ର ସାହୁଙ୍କୁ ଗୁରୁବାର ବସ୍ତା ଥାନା ପୋଲିସ ଗିରଫ କରିଛି। ପାରିବାରିକ କଳହ ଓ ଜମିଜମା ବିବାଦକୁ କେନ୍ଦ୍ର କରି ପ୍ରତାପ ତାଙ୍କ ସାନଭାଇ ଗୋପୀନାଥଙ୍କ ପନତ୍ୀ ଭାରତୀଙ୍କୁ କଟୁରୀରେ ମୁଣ୍ଡକୁ ପିଟି ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଆହତ ଭାରତୀଙ୍କ ଭାଇ ଖନ୍ତାପଡ଼ା ଥାନା ତାହାରପୁର ଗ୍ରାମର ସୁରେନ୍ଦ୍ର ସାହୁ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୭/୨୦) ରୁଜୁ କରାଯାଇଛି। ଘଟଣାର ତଦନ୍ତ କରି ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ, ଏସ୍‌ଆଇ ପ୍ରଶାନ୍ତ କୁମାର ପାଣି ଚଢ଼ାଉ କରି ଅଭିଯୁକ୍ତ ଦେଢ଼ଶୁରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଯାଇଛି। ଆହତ ଭାରତୀଙ୍କୁ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।