ଭାଇରାଲ ହେଉଛନ୍ତି ଜୟପୁରର କିଶୋର କୁମାର

ଜୟପୁର,୪ା୯ (ଡି.ଏନ୍‌.ଏ.):‘ଚଲ୍‌ତେ ଚଲ୍‌ତେ ମେରେ ୟେ ଗୀତ୍‌ ୟାଦ୍‌ ରଖନା, କଭି ଅଲ୍‌ବିଦା ନା କେହ୍‌ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ ଯାତ୍ରା କରିବା ବେଳେ ଭାସିଆସିବ କିଶୋର କୁମାରଙ୍କ ଏଇ ଚିର ସବୁଜ ଗୀତ ସାଙ୍ଗକୁ ଆହୁରି ଅନେକ ସୁରିଲା ଗୀତ। ସେ ଗୀତର ସ୍ବର ଷ୍ଟେରିଓରୁ ନୁହେଁ, ବରଂ ଷ୍ଟିଅରିଂ ଧରିଥିବା ଅଟୋ ଡ୍ରାଇଭରଙ୍କ କଣ୍ଠରୁ ଝରୁଥିବ। କୋରାପୁଟ ଜିଲା ଜୟପୁର ସହରର କିଶୋର କୁମାର ଭାବେ ପରିଚିତ ଏଇ ଅଟୋ ଚାଳକ ଜଣକ ହେଉଛନ୍ତି ପଦ୍ମନ ଗୌଡ଼।
ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କ ପରେ ଏବେ କିଶୋର କୁମାରଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ପଦ୍ମନ ଗୌଡ଼। ସୋସିଆଲ ମିଡିଆର ୟୁଟ୍ୟୁବ୍‌ ଓ ଫେସବୁକ୍‌ରେ ସେ ଗାଉଥିବା ୧୦ରୁ ୧୨ଟି ଭିଡିଓକୁ ଗତ ୫/୬ ଦିନ ଭିତରେ ଲକ୍ଷାଧିକ ଭିଉଜ୍‌ ମିଳିସାରିଛି। ଚଲ୍‌ତେ ଚଲ୍‌ତେ, ଜାନେମନ୍‌ ଜାନେମନ୍‌ ଭଳି ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ବର୍ଗତ କିଶୋର କୁମାରଙ୍କ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତକୁ ଏହି ଭିଡିଓ ସବୁରେ ଗାଇଛନ୍ତି ପଦ୍ମନ। ଏତେ ସୁନ୍ଦର ଗୀତ ଗାଉଥିବା ଏହି କଳାକାର ଜଣେ ଅଟୋ ଡ୍ରାଇଭର। ବିଶେଷ ପାଠ ପଢ଼ି ନ ଥିବା ପଦ୍ମନ ସଂଗୀତ ସାଧନା ପାଇଁ କାହାଠାରୁ ତାଲିମ ନେଇ ନାହାନ୍ତି। ପିଲାଟି ବେଳରୁ କେବଳ ରେଡିଓ ଏବଂ ଟିଭି ଦେଖି ସେ ଗୀତ ସବୁ ଶିଖିଥିବା କହିଛନ୍ତି। ମଝିରେ ମଝିରେ ସୁଯୋଗ ମିଳିଲେ ସେ ଅର୍କେଷ୍ଟ୍ରାରେ କିଶୋର କୁମାରଙ୍କ କିଛି ଗୀତ ଗାଆନ୍ତି। ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଜୟପୁରର କିଶୋର କୁମାର ଭାବେ ପରିଚିତ। ସ୍ତ୍ରୀ ଓ ଝିଅଙ୍କୁ ନେଇ ପଦ୍ମନଙ୍କ ପରିବାର। ଗରିବ ପରିବାରରେ ତାଙ୍କର ଜନ୍ମ ଆଉ ଏବେମଧ୍ୟ ଅଭାବ ତାଙ୍କ ପିଛା ଛାଡ଼ିନାହିଁ। ଅଟୋ ଚଳାଇଲେ ଯାହା ରୋଜଗାର କରନ୍ତି, ସେତିକିରେ ୩ ପ୍ରାଣୀ ଚଳି ଯାଆନ୍ତି। ଏକଦା ଗୀତ ଗାଇବା ମାନିଆ ପାଇଁ ପଦ୍ମନଙ୍କୁ ତାଙ୍କ ସ୍ତ୍ରୀ ପ୍ରଥମେ ବିବାହ କରିବାକୁ ରାଜି ହୋଇ ନ ଥିଲେ ସତ; କିନ୍ତୁ ବିବାହ ପରେ ସ୍ବାମୀଙ୍କ ଗୀତକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଅନ୍ୟପକ୍ଷରେ ଗୀତ ଗାଇବାକୁ ପଦ୍ମନଙ୍କୁ ସୁଯୋଗ ମିଳିବା ପାଇଁ ୨ ବର୍ଷ ହେଲା ପ୍ରୟାସ ଜାରି ରଖିଛନ୍ତି ତାଙ୍କ ବାଲ୍ୟବନ୍ଧୁ ତ୍ରିପତି ଗନ୍ତାୟତ। ଏଥିପାଇଁ ସେ ବିଭିନ୍ନ ସଙ୍ଗଠନକୁ ଭେଟିବା ସହ ପଦ୍ମନଙ୍କ ଗୀତକୁ ଭିଡିଓ ଆକାରରେ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ତାହା ଏବେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର,୨୭ା୯: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ...

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ସୋସିଆଲ ମିଡିଆ ପୋଷ୍ଟରୁ ଭଦ୍ରକରେ ଶାନ୍ତି: ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ...

ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ...

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

କପିଳାସ ଗଲା ନରହନ୍ତା ହାତୀ

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ ଉତ୍ପାତ ଚଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲାର କପିଳାସକୁ...

ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍‌ଫୁଟ୍‌ରେ ବିଜେଡି

ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri