ଭାଇରାଲ ହେଉଛି ଅନୁଷ୍କାଙ୍କ ସୋସିଆଲ ମିଡିଆ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଯୋଡିଙ୍କୁ ଅନେକ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଆଉ ଏମାନେ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଥାଆନ୍ତି ଚର୍ଚ୍ଚାରେ। ଏବେ ଅନୁଷ୍କା ଶେୟାର କରିଥିବା ତାଙ୍କର ଏକ ବିକିନି ଫଟୋକୁ ନେଇ ବିରାଟ ମଧ୍ୟ କମେଣ୍ଟ କରିଛନ୍ତି। ଅନୁଷ୍କା ଏବେ ହଲିଡେରେ ଥିବା ବେଳେ ସେ ବେଶ୍‌ ଖୁସ୍‌ ମିଜାଜରେ ଏକ ବିକିନି ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି ସନ୍‌ କିସ୍ଡ ଆଣ୍ଡ ବ୍ଲେସ୍ଡ। ଏହାକୁ ଦେଖି ଅବଶ୍ୟ ସ୍ବାମୀ ବିରାଟ କୋହଲି ସାମାନ୍ୟ ରୋମାଣ୍ଟିକ୍‌ ହୋଇଯାଇଛନ୍ତି। ଏବେ ଅନୁଷ୍କା ଆଣ୍ଟିଗୁଆ ଆଇଲ୍ୟାଣ୍ଡରେ ଛୁଟି କାଟୁଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ଅନୁଷ୍କାଙ୍କର ଏହି ଫଟୋ ଏବେ ଦର୍ଶକ ତଥା ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

Share