ଭାଇରାଲ ହେଉଛି ଅଭିନେତ୍ରୀଙ୍କ ହଳଦୀ ସମାରୋହ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମ ହାଉସରେ ହଲଦୀ, ମହେନ୍ଦୀ ରୀତିନୀତି ଅନୁଷ୍ଠିତ ହୋଇଯାଇଛି।
ଯଦିଓ ଏହି ଯୋଡି ଏପର୍ଯ୍ୟନ୍ତ କୌଣସି ରୀତିନୀତିର ଫଟୋ ଶେୟାର କରିନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଆଥିଆଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହା ଅଭିନେତ୍ରୀଙ୍କ ହଳଦୀ ସମାରୋହର ବୋଲି କୁହାଯାଉଛି। ତେବେ ଏହି ଫଟୋ ଆଥିଆଙ୍କ ଫିଲ୍ମର ଏକ ସୁଟରୁ ଆସିଛି।

Share