Categories: ଖେଳ

ଭାଇରାଲ ହେଉଛି ଗାଙ୍ଗୁଲିଙ୍କ ଉତ୍ତର

କୋଲକାତା,୧୮।୧୦- ସୌରଭ ଗାଙ୍ଗୁଲି ଓ ରବି ଶାସ୍ତ୍ରୀ ମଧ୍ୟରେ ପ୍ରାୟତଃ କିଛି ନା କିଛି ବିବାଦ ଦେଖିବାକୁ ମିଳେ। ଅନିଲ କୁମ୍ବଲେଙ୍କୁ ଭାରତୀୟ ଦଳର କୋଚ୍‌ ଚୟନ କରିଥିବା କ୍ରିକେଟ ଉପଦେଷ୍ଟା କମିଟିର ସଦସ୍ୟ ଥିଲେ ଗାଙ୍ଗୁଲି। ସେଥର ଶାସ୍ତ୍ରୀଙ୍କ ସାକ୍ଷାତ୍‌କାରବେଳେ ଗାଙ୍ଗୁଲି ଉପସ୍ଥିତ ନ ଥିଲେ। ଏହାକୁ ଶାସ୍ତ୍ରୀ ନିଜ ପ୍ରତି ଅସମ୍ମାନ ବୋଲି କହିଥିଲେ। ଏହାର ଉତ୍ତର ଦେଇ ଗାଙ୍ଗୁଲି କହିଥିଲେ ଶାସ୍ତ୍ରୀ ମୂର୍ଖଙ୍କ ସ୍ବର୍ଗରେ ରହୁଥିବା କହିଥିଲେ।  ଏବେ ଗାଙ୍ଗୁଲି ବିସିସିଆଇ ସଭାପତି ହେବା ପରେ ପ୍ରଶଂସକମାନେ ଶାସ୍ତ୍ରୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠାଉଛନ୍ତି। ନିକଟରେ ଗାଙ୍ଗୁଲି ବିସିସିଆଇ ସଭାପତି ହେବା ପରେ ଶାସ୍ତ୍ରୀଙ୍କ ସହ କିଛି କଥା ହୋଇଥିବା ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ଗାଙ୍ଗୁଲି କହିଥିଲେ କାହିଁକି? ସେ ଏବେ ପୁଣି କଲା? ତାଙ୍କର ଏଭଳି ଉତ୍ତରକୁ ନେଇ ସୋସିଆଲ ମିଡିଆ ମିମ୍ସ ଚାଲିଛି।

Share