ଭାଇରାଲ ହେଉଛି ଜାହ୍ନବୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟକୁ ନେଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ କହିଥିଲେ ତାଙ୍କୁ ‘ପାକିଜା’ ପରି ଫିଲ୍ମ ବହୁତ ପସନ୍ଦ। ଏହାସହ ବେଶ୍‌ କିଛିଦିନ ହେବ ସେ କରନ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତଖ୍‌ତ’ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହାକୁ ନେଇ ଜାହ୍ନବୀ ଏକ ଡ୍ୟାନ୍ସ ଭିଡିଓ ନିକଟରେ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ସେ ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ଦେଖାଯାଇଛି। ଆଉ ଏହି ଭିଡିଓକୁ ଘଣ୍ଟାକ ଭିତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖା ସରିଲାଣି।

ଏହି ଭିଡିଓ ଶେୟାର କରି ଜାହ୍ନବୀ ଲେଖିଛନ୍ତି, ଯେତେବେଳେ ଆପଣ ଭାରସାମ୍ୟ ହରାଉଛନ୍ତି ସେତେବେଳେ ଇମ୍ପ୍ରୋଭାଇଜ୍‌ କରିବା ପାଇଁ ଏକ ଡ୍ରାମାଟିକାଲ ଏଣ୍ଡ କରିବା ଦରକାର। ଉକ୍ତ ଭିଡିଓରେ ଜାହ୍ନବୀ ଡ୍ୟାନ୍ସ କରୁଥିବା ବେଳେ ଶେଷକୁ ଭାରସାମ୍ୟ ହରାଇ ଆଇନା ଆଗରେ ପଡିଯାଉଛନ୍ତି। ଏହାକୁ ଦେଖିବା ପରେ ଶ୍ରୀଦେବୀଙ୍କ କଥା ଦର୍ଶକେ ପୁଣିଥରେ ମନେ ପକାଇଛନ୍ତି।

Share