Categories: ଜାତୀୟ

ଭାଇରାଲ ହେଉଛି ଭାଜପା ନେତାଙ୍କ ବିବାଦୀୟ ବୟାନ

ହରିୟାଣା,୨୦।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ଜଣେ ଭାଜପା ନେତାଙ୍କ ବିବାଦୀୟ ବୟାନ ଭାଇରାଲ ହେବାରେ ଲାଗିଛି। ବଖଶିଶ ସିଂ ଭିର୍କ ନାକ ଏହି ଭାଜପା ନେତା ଜଣଙ୍କ ଭୋଟରଙ୍କୁ ଦମକାଇବା ଢଙ୍ଗରେ କହିଛନ୍ତି ଆପଣମାନେ ଯେଉଁ ବଟମ ଦବାଇବା କଥା ଦବାନ୍ତୁ ହେଲେ ସବୁ ଭୋଟ ପଦ୍ମଫୁଲକୁ ଯିବ। ଆଉ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ବଖଶିଶ କହିଛନ୍ତି ଆପଣ ଯାହାକୁ ଭୋଟ ଦେବେ ତାହା ମଧ୍ୟ ଆମକୁ ଜଣାପଡିଯିବ। ମୋଦି ଓ ମନୋହର ଲାଲଙ୍କ ନଜର ତୀକ୍ଷ୍ନ। ହେଲେ ଆମ ମେଶିନ ଏମିତି ସେଟ୍‌ କରାଯାଇଛି ଆପଣ ଯେଉଁ ବଟମ୍‌ ଦବାଇଲେ କ’ଣ ହେଲା ଭୋଟ କିନ୍ତୁ ଭାଜପା ଖାତାକୁ ଯିବ। ଭାଜପା ନେତାଙ୍କର ଏଭଳି ବୟାନ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

Share