Categories: ଜାତୀୟ

ଭାଇରାଲ ହେଉଛି ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସେଲ୍‌ଫି

ଲକ୍ଷ୍ନୌ,୧୨।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷରେ ସେଲ୍‌ଫି ମାୟାରେ ପଡି ଯାଇଛନ୍ତି। ସେ କାନପୁର ଗସ୍ତ କରିବା ସମୟରେ ଏକ ସେଲ୍‌ଫି ନେଇଥିବା କୁହାଯାଉଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନମାମୀ ଗଙ୍ଗେ ପ୍ରୋଜେକ୍ଟର ଅନୁଧ୍ୟାନ ପାଇଁ ସେ କାନପୁର ଗସ୍ତ କରିଥିବା ସମୟରେ ଏହାକୁ ସ୍ମରଣୀୟ କରି ରଖିବାକୁ ସେ ସେଲ୍‌ଫି ନେଇଥିବା କୁହାଯାଉଛି। ଏପର୍ଯ୍ୟନ୍ତ ଯୋଗୀଙ୍କ ସେଲ୍‌ଫି ଦେଖିବାକୁ ମିଳି ନ ଥିବା ବେଳେ ଏହା ତାଙ୍କର ପ୍ରଥମ ସେଲ୍‌ଫି ବୋଲି କୁହାଯାଉଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଲ୍‌ଫି ଦେଉଥିବା ବେଳେ ଏବେ କିନ୍ତୁ ସେ ଏହାଠାରୁ ବହୁ ଦୂରରେ ଥିବା ଦେଖାଯାଉଛି। ଅନ୍ୟପଟେ ଯୋଗୀଙ୍କ ପ୍ରଥମ ସେଲ୍‌ଫି ଏବେ ଭାଇରାଲ ହେଉଛି ବୋଲି କୁହାଯାଉଛି।

Share