ଭାଇରାଲ ହେଉଛି ଶୈଫିନାଙ୍କ ବିବାହ ବାର୍ଷିକୀର ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଓ ଶୈଫ ଅଲ୍ଲି ଖାଁଙ୍କ ବିବାହକୁ ୭ ବର୍ଷ ପୂରଣ ହୋଇଛି। ଅକ୍ଟୋବର ୧୬ରେ ଦୁହେଁ ଏହି ଦିନକୁ ଖୁବ୍‌ ସେଲିବ୍ରେଟ୍‌ କରିଛନ୍ତି। ଏବେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଫଟୋରେ ପୁଅ ତୈମୁର ମଧ୍ୟ ନଜର ଆସିଛନ୍ତି। ଏହାକୁ ନେଇ କରିନାଙ୍କ ଭଉଣୀ କରିଶ୍ମା ମଧ୍ୟ ଏକ ଫଟୋ ଶେୟାର କରିବା ସହ ଲେଖିଛନ୍ତି, ‘Happy anniversary to my rocks !! Love you both.’ ଫିଲ୍ମ ‘ଟଶନ’ରେ ଶୁଟିଂ କରୁଥିବା ସମୟରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିବାବେଳେ ଏହାର ୫ ବର୍ଷ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସାହିଦ କପୁରଙ୍କ ଠାରୁ ବ୍ରେକ୍‌ଅପ୍‌ ହେବା ପରେ ପଟୌଦି ଖାନଦାନର ବୋହୂ ହୋଇଥିଲେ କପୁର ଖାନଦାନର ଝିଅ କରିନା। ଏମାନେ ପ୍ରଥମେ କୋର୍ଟ ମ୍ୟାରେଜ୍‌ କରିଥିଲେ।

Share