ଭାଇରାଲ ହେଉଛି ସୁମୋନାଙ୍କ ଦେଶୀ ଲୁକ୍‌

ବମ୍ବେ: ଦେଶୀ ଅବତାରରେ ସୁମୋନା ଚକ୍ରବର୍ତ୍ତୀ। କଥାଟି ଆମେ ମନରୁ କହୁନାହୁଁ ବରଂ ସୋସିଆଲ ମିଡିଆରେ ସେ ଶେୟାର କରିଥିବା କିଛି ଫଟୋରେ ତାଙ୍କର ଦେଶି ଲୁକ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ସେ ଜଣେ ବନ୍ଧୁଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୋଲକାତା ଯାଇଥିଲେ। ଉତ୍ସବରେ ସେ ଏକ ଶାଢ଼ୀ ପିନ୍ଧିଥିଲେ। ମଥାରେ ଲାଲ ରଙ୍ଗର ବିନ୍ଦି ଏବଂ କାନଫୁଲ ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣା କରୁଥିଲା। ଏହାର କିଛି ଫଟୋ ଏବେ ସୁମୋନା ନିଜ ଇନ୍‌ଷ୍ଟା ପୃଷ୍ଠାରେ ଦର୍ଶକଙ୍କ ସହ ବାଣ୍ଟିଛନ୍ତି। ଏହାର କ୍ୟାପଶନ୍‌ ଦେଇ କଲିକତାରେ କିଛି ସ୍ମରଣୀୟ ମୂହୁର୍ତ୍ତ ବୋଲି ସୁମୋନା ଲେଖିଛନ୍ତି। ଏଥିସହ ସେ ବନ୍ଧୁଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ତେବେ ସୁମୋନାଙ୍କୁ କମେଡ଼ି ନାଇଟ୍ସ ଉଇଥ୍‌ କପିଲ ଶର୍ମା ଶୋ’ରେ ଦେଖିବାକୁ ମିଳୁଛି।

Share