Advertisement

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି। ସେମାନେ ଲଣ୍ଡନ ପାଇଁ ଯାଉଥିବା ବେଳେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ତୈମୁର। ଏୟାରପୋର୍ଟରେ ତୈମୁର ନାଇଟ୍‌ ସୁଟ୍‌ରେ ଥିବା ବେଳେ ବାପା ସୈଫଙ୍କ କୋଳରେ ଥିବା ଦେଖିବାକୁ ମିଳିଛି। ସେହି ସମୟରେ ତାଙ୍କୁ ବହୁତ ଜୋରରେ ନିଦ ଲାଗୁଥିବାରୁ ସେ ବାରମ୍ବାର ହାଇ ମାରୁଥିବା ନଜର ଆସିଛନ୍ତି। ତୈମୁର ପୋଜ ଦିଅନ୍ତୁ କି ହାଇ ମାରନ୍ତୁ ସେ ସବୁବେଳେ ବହୁ କ୍ୟୁଟ ଦେଖାଯାଆନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ସୈଫ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଜଓ୍ବାନି ଦିଓ୍ବାନି’ର ପ୍ରଥମ ସିଡ୍ୟୁଲର ଶୁଟିଂ ପାଇଁ ଲଣ୍ଡନ ଯାଇଥିବା ଜଣାପଡ଼ିଛି। କରୀନା ଓ ତୈମୁର ତାଙ୍କ ସହ ମିନି ଭେକେସନ୍‌ ମନାଇବାକୁ ଯାଇଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share